ଚପଳ ଘୋଷଣା ପତ୍ର ପଛରେ ଥିବା ସିଦ୍ଧାନ୍ତଗୁଡ଼ିକ



ଆମେମାନେ ଏହି ସିଦ୍ଧାନ୍ତଗୁଡ଼ିକୁ ପାଳନକରୁ:

ଆମର ସର୍ବୋଚ୍ଚ ପ୍ରାଥମିକତା ହେଲା ମୂଲ୍ୟବାନ ସଫ୍ଟୱେୟରର ଶୀଘ୍ର
ଏବଂ ସତତ ବିତରଣ ଦ୍ୱାରା ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ।

ବିକାଶର ଅନ୍ତିମ ଚରଣରେ ମଧ୍ୟ ବଦଳୁଥିବା ଆବଶ୍ୟକତାକୁ ସ୍ୱାଗତ କରାଯାଉଛି ।
ଚପଳ ପ୍ରକ୍ରିୟାସବୁ ଗ୍ରାହକମାନଙ୍କର ପ୍ରତିସ୍ପର୍ଧା ଲାଭ ପାଇଁ ବଦଳୁଥିବା ଆବଶ୍ୟକତାଗୁଡ଼ିକୁ କରୁଅଛି ।

କ୍ରିୟାଶୀଳ ସଫ୍ଟୱେୟରର ସତତ ବିତରଣ, କିଛି ସପ୍ତାହରୁ କିଛି ମାସ ମଧ୍ୟରେ,
କମ୍ ସମୟର ମାପକକୁ ପ୍ରାଥମିକତା ଦେଇ ।

ବ୍ୟାପାରୀମାନେ ଏବଂ ବିକାଶକମାନେ ଦୈନିକ ଏକାସାଙ୍ଗରେ
ପରିଯୋଜନା ଉପରେ କାମ କରିବା ଉଚିତ୍ ।

ପରିଯୋଜନାଗୁଡ଼ିକର ନିର୍ମାଣ ପ୍ରେରିତ ବ୍ୟକ୍ତିମାନଙ୍କସହିତ କର ।
ସେମାନଙ୍କୁ ଆବଶ୍ୟକ ପର୍ଯ୍ୟାବରଣ ଏବଂ ସମର୍ଥନ ଦିଅ,
ଏବଂ କାର୍ଯ୍ୟପାଇଁ ସେମାନଙ୍କୁ ଭରସା କର ।

ବିକାଶ ଦଳରେ ସୂଚନା ଆଦାନପ୍ରଦାନର ସବୁଠୁ କୁଶଳ ଏବଂ
ପ୍ରଭାବୀ ଉପାୟ ହେଉଛି ସାମ୍ନାସାମ୍ନି କଥାବାର୍ତ୍ତା କରିବା ।

କ୍ରିୟାଶୀଳ ସଫ୍ଟୱେୟର ପ୍ରଗତିର ପ୍ରାଥମିକ ମାପ ଅଟେ ।

ଚପଳ ପ୍ରକ୍ରିୟାସବୁ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦିଅନ୍ତି ।
ପ୍ରଯୋଜକମାନେ, ବିକାଶକମାନେ, ଏବଂ ଉପଯୋଗକର୍ତ୍ତାମାନେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ
ଏହି ନିରନ୍ତର ଗତିକୁ ବଜାୟ ରଖିବାରେ ସକ୍ଷମ ହେବା ଆବଶ୍ୟକ ।

ଔଦ୍ୟୋଗିକ ଉତ୍କୃଷ୍ଟତା ଏବଂ ଭଲ ରୂପରେଖା ଉପରେ ନିରନ୍ତର ଧ୍ୟାନ ଚପଳତାକୁ ବଢ଼ାଏ ।

ସାଧାରଣତା ପାଇଁ - କରାଯାଇନଥିବା କାମର ପରିମାଣକୁ ଅଧିକତମ କରିବାର କଳା
- ଆବଶ୍ୟକ ଅଟେ ।

ସବୁଠୁ ଭଲ ବାସ୍ତୁଶିଳ୍ପଗୁଡ଼ିକ, ଆବଶ୍ୟକତାଗୁଡ଼ିକ, ଏବଂ ରୂପରେଖାଗୁଡ଼ିକ
ଆତ୍ମ-ସଂଗଠିତ ଦଳମାନଙ୍କଦ୍ୱାରା ବିକଶିତ ହୋଇଥାଏ ।

ନିୟମିତ ଅନ୍ତରାଳରେ, ଦଳ ନିଜକୁ କିପରି ଅଧିକ ପ୍ରଭାବୀତ କରିବ ତାହା ଜଣାଯାଏ,
ତେବେ ତାହା ନିଜର ବ୍ୟବହାରକୁ ସେହିପରି ସମସ୍ୱରଣ ଏବଂ ସମଯୋଜିତ କରେ ।




ଘୋଷଣା ପତ୍ରକୁ ଫେରିଯାଅ